ମା - ମିଲ୍ଲୋନ୍ କୁମାର ଗୋଚ୍ଛାୟତ

  


ଦଶମାସ ଗର୍ଭେ ଥୋଇ

ଗର୍ଭକଷ୍ଟ ସହି ସହି

ଦେଖେଇଛୁ ଦୁନିଆ ଆଲୋକ ।

ପଣତରେ ଲୁହ ପୋଛି

ଧନ ଵୋଲି କୋଳେ ଜାକି

ସୁଣେଇଛୁ କେତେ ଯେ ଗଳପ ।

ପ୍ରହର ପ୍ରହର ରାତ୍ରୀ

ଉଜାଗରେ ଦେଇ କାଟି

ଆଉଁସିଛୁ ତୋ କର କମଳେ ।

ତୋପଣତ କାନିଧରି

ଠୁକୁ ଠୁକୁ ଚାଲି କରି

ଝାଡିଛୁ ତୁ ଧୂଳିଧୂଷରରେ ।

ସମାଜରେ ଶିକ୍ଷା,ଦୀକ୍ଷା

ସଂସ୍କାର ,ଧିର ,ପ୍ରତିକ୍ଷା

ସଂସ୍କୃତିର ଜ୍ବଳନ୍ତ ଶିକ୍ଷତ୍ରୀ ।

ଉଦାର ହୃଦୟମୟୀ

ଵାତ୍ସଲ୍ୟ ମମତାମୟୀ

ମା ତୁମେ ସାକ୍ଷାତ ଧରିତ୍ରୀ ।

ଅମୃତର ଭାଣ୍ଡ ପୂର୍ଣ୍ଣ ସଦ୍ଦ

ତୁମ ପାସେ ତୁଚ୍ଛ, ନୁହେଁ ତୁଲ୍ୟ

ଭାଗିରଥି ସମ ତୋ ପୟର ।

ବଳି ଠାରୁ ଦାନୀ ମହାଦାନୀ

ସନ୍ତାନର ମଙ୍ଗଳ କାମିନୀ

କୋଳ ତୋ ମା,ବୈକୁଣ୍ଠର ପୁର ।



ନାମ-ମିଲ୍ଲୋନ୍ କୁମାର ଗୋଛାୟତ

ଗ୍ରାମ-ଵାଲିଘାଇ,ପୁରୀ

କର୍ମ ସ୍ଥାନ-କର୍ଲାମୁଣ୍ଡା,କଳାହାଣ୍ଡି

କର୍ମ-ସହକାରୀ ଟେକ୍ନୋଲୋଜି ପରିଚାଳକ,ଆତ୍ମା,କୃଷି ଵିଭାଗ

Post a Comment

0 Comments